Categories: ରାଜ୍ୟ

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ୬ ଜଣ ଏ ଓ୍ବାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

ଚଣ୍ଡିଖୋଲ,୨୧ା୫(ଡି.ଏନ.ଏ.)- ମାଟ୍ରିକ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ବଡ଼ଚଣା ବ୍ଲକ ଅଞ୍ଚଳରୁ ୬ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଏ ଓ୍ବାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ବାଲିଚନ୍ଦ୍ରପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ ଜଣ ଛାତ୍ରୀଛାତ୍ର ଏ ଓ୍ବାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବିଦ୍ୟାଳୟର ପାସ୍‌ ହାର ଶତପ୍ରତିଶତ ହୋଇଛି। ଏ ନେଇ ଅଭିଭାବକମାନେ ପ୍ରଶଂସା କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରିନ୍ସ ଦାଶ ସର୍ବାଧିକ ୫୫୪ ନଂ.(୯୨.୩୩%) ରଖିଥିବାବେଳେ ରଶ୍ମି ପ୍ରକାଶ ଶତପଥୀ ୫୪୩ ନଂ. ରଖିଛନ୍ତି। ଉକ୍ତ ଶିଶୁ ମନ୍ଦିରର ନିର୍ମାଲ୍ୟ କର ଓ ପ୍ରିୟାଂଶୁ ଖୁଣ୍ଟିଆ ୫୪୦ ନଂ. ରଖି ଏ ଓ୍ବାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦର୍ପଣଗଡ଼ସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା କର ୫୪୦ ନଂ. ରଖିଛନ୍ତି। ବଡ଼ଚଣା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରିତିପାରମିତା ପୃଷ୍ଟି ୫୪୮ ନଂ. ରଖିଛନ୍ତି। ସମଗ୍ର ଜିଲାରେ ୬୦ ଜଣ ଛାତ୍ରୀଛାତ୍ର ଏ ଓ୍ପାନ ଗ୍ରେଡ୍‌ରେ ପାସ କରିଥିବା ଜଣାପଡ଼ିଛି।

Share