ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ ହାର ୪୩.୬୨%

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୪୩.୬୨% ରହିଥିବା ବେଳେ ଓପନ୍‌ ସ୍କୁଲରେ ପାସ ହାର ୬୩.୪୪% ଥିବା ଜଣାପଡ଼ିଛି।

ପ୍ରକାଶ ଯୋଗ୍ୟ, ମଙ୍ଗଳବାର ଯୁକ୍ତ ୨ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ମୋଟ ପାସ ହାର ୭୪.୮୪% ରହିଛି।

Share