ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍‌ ମାର୍କ: କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜ ଆଗରେ

ଭୁବନେଶ୍ୱର,୨।୭(ବ୍ୟୁରୋ): ମଙ୍ଗଳବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। କଳାରେ ୭୧.୧୭ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ ଅଫ୍‌ ମାର୍କ ସହ ଦ୍ୱିତୀୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ୬୮.୫ ପ୍ରତିଶତ ସହ ତୃତୀୟରେ ରହିଛି କେନ୍ଦୁଝର ଜିଲା ସାଇଁକୁଳ ପତିତପାବନ କଲେଜ।

ସେହିପରି ବିଜ୍ଞାନରେ ୯୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ୮୮.୬୭ ପ୍ରତିଶତ ସହ ଦ୍ୱିତୀୟରେ ବିଜେବି ଜୁନିଅର କଲେଜ ଥିବା ବେଳେ ୮୭.୬୭ ପ୍ରତିଶତରେ ତୃତୀୟ ସ୍ଥାନରେ ରହିଛି ବ୍ରହ୍ମପୁରର ସରସ୍ବତୀ ବିଦ୍ୟାଳୟ।

ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗୋପାଳପୁର ଜୁନିଅର କଲେଜ ଆଗରେ ରହିଛି। ୭୬.୧୭ ପ୍ରତିଶତ ସହ ଦ୍ୱିତୀୟରେ ଢେଙ୍କାନାଳ ଇଭିନିଂ ଜୁନିଅର କଲେଜ ଥିବା ବେଳେ ୭୬ ପ୍ରତିଶତ ସହ ରେଭେନ୍‌ଶା କଲେଜ ତୃତୀୟରେ ରହିଛି।

Share