Categories: ଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ଅବଶିଷ୍ଟ ପରୀକ୍ଷାଗୁଡ଼ିକ ପାଇଁ ସୂଚୀ ତାଲିକା ସୋମବାର ପ୍ରକାଶ ପାଇଛି। ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୫ରେ ଶେଷ ହେବ। ଏନେଇ ସିବିଏସ୍‌ଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦଶମ ପରୀକ୍ଷା କେବଳ ନର୍ଥ-ଇଷ୍ଟ୍‌ ଦିଲ୍ଲୀରେ ହେବ। ଅପରପକ୍ଷରେ ଦ୍ୱାଦଶ ଶ୍ରେଣୀର ଅଟକି ରହିଥିବା ଅବଶିଷ୍ଟ ବିଷୟଗୁଡ଼ିକର ପରୀକ୍ଷା ଦେଶବ୍ୟାପୀ କରାଯିବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ୧,୨,୩, ୪, ୬, ୭, ୮,୯ ,୧୦, ୧୧, ୧୩, ୧୪ ଏବଂ ୧୫ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଦଶମ ଶ୍ରେଣୀ ପରୀକ୍ଷା ଜୁଲାଇ ୧, ୨ , ୧୦ ଏବଂ ୧୫ ତାରିଖରେ ହେବ। ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ମାସ୍କ୍‌ ପିନ୍ଧି ସାନିଟାଇଜର ସହିତ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ସିବିଏସ୍‌ଇ ବୋର୍ଡ ପକ୍ଷରୁ କୁହାଯାଇଛି।

Share