ପ୍ରକୃତିପ୍ରେମୀ ମହାବୀର ବାବାଙ୍କ ପରଲୋକ

ବୋଲଗଡ,୧୪ା୧୨(ଡି.ଏନ.ଏ.): ବୋଲଗଡ ବ୍ଲକ ଜଖଲା ପାହାଡ ଉପରେ ଥିବା ମହାବୀର ମନ୍ଦିରର ପ୍ରତିଷ୍ଠାତା ବାବା ରାମନାରାୟଣ ଦାସ ମହାରାଜ (୬୦)ଙ୍କର ଶୁକ୍ରବାର ପରଲୋକ ହୋଇଛି । ସେ ମହାବୀର ବାବା ନାମରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକପ୍ରକାଶ ପାଇଛି । ସେ ଜଣେ ପ୍ରକୃତିପ୍ରେମୀ ଭାବେ ଜଖଲା ପାହାଡରେ ଗଛ ଲଗାଇ ସବୁଜିମାରେ ଭରି ଦେଇଥିଲେ । ଜଙ୍ଗଲ ସୃଷ୍ଟି କରିବାରେ ସେ ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ । ପ୍ରକୃତିକୁ ଭଲ ପାଇବା ସହିତ ଆଧ୍ୟାତ୍ମିକତା କାର୍ଯ୍ୟରେ ତାଙ୍କର ଜୀବନକୁ ସେ ଉତ୍ସର୍ଗ କରିଥିଲେ। ବାବା ରାମନାରାୟଣ କିଡ୍‌ନୀ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସନ୍ଧ୍ୟାରେ ତାଙ୍କର ମୃତଦେହ ବୋଲଗଡଠାରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ଗବଡିହପାଟଣାଗ୍ରାମଠାରେ ଶେଷଦର୍ଶନ ପାଇଁ ରଖାଯାଇଛି ।

Share