ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)-
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା ଅଂଚଲ ଗଠିତ୍‌। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ ବାଘନଦୀ ଆର ମେହେରୁଣୀ ନଦୀ ରହିଛେ। ତିନ୍‌ଟା ନଦୀ ଘେରାର ମଝିଥି ରହିଥିବାର ସରସା ଜଂଗଲ ଜମି ଅଂଚଲଟା ହେଉଛେ ପଁଚ୍‌ରା। ୫ଟା କଁଧ୍‌ ଜମିଦାରୀକେ ନେଇ ଇ ଅଂଚଲ ଗଠିତ୍‌ ହେଇଥିବାର ପୁରାତନ ଲୋକ୍‌ କହେସନ୍‌। ସେନ୍‌ତା ଇତିହାସ ଅନ୍‌ସାରେ ପଁଚ୍‌ରା ଅଂଚଲ ପୁରାତନ କାଲୁ ବୌଦ୍ଧ ରାଏଜର ଅଧୀନରେ ଥିଲା। ବୌଦ୍ଧର ଭଞ୍ଜ ରଜା ବିଶ୍ୱମ୍ବର ଦେବକଁର ରାଜୁତି ସମିଆରେ ବୌଦ୍ଧ ରାଜକୁମାରୀ ସୁବର୍ଣ୍ଣପୁର ଚୌହାନ ବଉଁଶର ରଜାକଁୁ ବିହା ହେଇଥିଲେ। ବିହାବେଲେ କାଠିପାନି, ସେଁଦୁର ଟିକା ହିସାବେ ଇ ସରସା ଜଂଗଲ ଜମି ପଁଚ୍‌ରା ଅଂଚଲକେ ସୁବର୍ଣ୍ଣପୁର ରଜାକୁଁ ଉପହାର ଦେଇଥିଲେ। ପଁଚ୍‌ରା ଅଂଚଲରେ ପୁରାତନ କାଲୁ ଅନେକ ଜାନିଯାତ୍‌ରା ପାଲିତ ହେଇ ଆସୁଛେ। ସେ ଭିତ୍‌ରୁ ଚୁରାଖାଇ ଯାତ୍‌ରା ଅଲଗ୍‌ ଆଏ। ଇ ଯାତ୍‌ରାଟା ମଗ୍‌ଶୀର ଶେଷ ଗୁରୁବାରନୁ ଆରମ୍‌ ହେଇ ଅଷ୍ଟମଙ୍ଗଳା ତକ୍‌ ପାଲିନ ହେସି। ଅଂଚଲର ମୂଲ ଅଧିବାସୀ କଁଧ୍‌ ସମାଜର ଦେଖ୍‌ରେଖ୍‌ ଇ ଯାତ୍‌ରା ପୁରାତନ କାଲୁ ଆୟୋଜନ ହେଇଆସୁଛେ। ପଁଚ୍‌ରା ଅଂଚଲର ଲୋକମାନେ ମା’ମାହେଶ୍ୱରୀ ଦେବୀକଁର ପୂଜା କରବାର ସଂଗେ ଯାତ୍‌ର ଜଂଗଲକେ ଯାଏସନ। ଇ ଯାତ୍‌ରାକେ ଅଂଚଲର କୁଲଦେବୀ ମା’ମାହେଶ୍ୱରୀକଁର ବିହା ଯାତ୍‌ରା ବଲି କୁହାଯାଏସି। ଇ ସମିଆରେ ଇଠାନେ ନୂଅଁାଚୁରା, ଝଁଟା ବି ନୂଅଁା ଲଗାଯାଏସି। ଇ ବଛର ବି ଜାକ୍‌ଜମକରେ ଆଏବାର ୫ ତାରିଖରୁ ଯାତ୍‌ରା ଆରମ୍‌ ହେବା ବଲି କମିଟି ତରଫୁ କୁହାଯାଇଛେ।

Share