ପ୍ରକୃତିର ବରଦାନ: ମା’ର ଖାଦ୍ୟ

ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲର୍‌ଡ ଆଲିଆନ୍ସ ଫର୍‌ ବ୍ରେଷ୍ଟ ଫିଡିଙ୍ଗ୍‌ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ୧୯୯୨ ମସିହାରୁ ଅଗଷ୍ଟ ପ୍ରଥମ ସପ୍ତାହକୁ ପ୍ରଥମ ଥର ପାଇଁ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥିଲା। ଜାତିସଂଘର ୟୁନିସେଫ୍‌ , ବିଶ୍ୱ ସ୍ବାସ୍ଥ୍ୟ ସଂଘଟନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏହାକୁ ଅଗ୍ରାଧିକାର ଦିଆଯାଇଥିଲା। ସେବେଠୁ ପ୍ରତିବର୍ଷ ଏହି ସପ୍ତାହ ପାଳନ କରାଯାଉଛି ଏବଂ ସ୍ଲୋଗାନ ଘୋଷଣା କରାଯାଉଛି। ଆଉ ମାତ୍ର ଦିନକ ପରେ ଆରମ୍ଭ ହେବାକୁ ଯାଉଛି ସ୍ତନ୍ୟପାନ ସପ୍ତାହ। ଆଉ ଚଳିତ ବର୍ଷ ଏହାର ସ୍ଲୋଗାନ ହେଉଛି- ‘ଏମ୍‌ପାଓ୍ବାର ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ ଏନେବଲ୍‌ ବ୍ରେଷ୍ଟ ଫିଡିଙ୍ଗ୍‌’ ।

ମା’ କ୍ଷୀର ହେଉଛି ପ୍ରକୃତିର ଏକ ବିସ୍ମୟକର ବ୍ୟବସ୍ଥା। ଶିଶୁଟିଏ ଜନ୍ମ ହେବା ମାତ୍ରେ ତା’ର ଅଭିବୃଦ୍ଧି ନିମନ୍ତେ ମା’ ସ୍ତନରୁ ଝରିଆସେ କ୍ଷୀର। ମା’ କ୍ଷୀରରେ ବିଶେଷ କରି ପ୍ରଥମ କଷ କ୍ଷୀର ବା କୋଲେଷ୍ଟ୍ରମରେ ଭରି ରହିଥାଏ ଶିଶୁ ପାଇଁ ସମସ୍ତ ପୋଷକ ତତ୍ତ୍ୱ ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି। ତେଣୁ ଜନ୍ମର ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇବା ଆବଶ୍ୟକ। ମା’ କ୍ଷୀରରେ ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଭରିରହିଛି। ତେଣୁ ପିଲା କ୍ଷୀର ଖାଇବା ଦ୍ୱାରା ଏସବୁ ମା’ ଶରୀରରୁ ହ୍ରାସ ପାଉଛି। ଯାହାକୁ ଭରଣା କରିବା ଆବଶ୍ୟକ। ନଚେତ ମା’କୁ ଏସବୁ ଅଭାବଜନିତ ରୋଗ ହେବ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ଏପରି ନ ହେବା ଲାଗି ମା’ ମଧ୍ୟ ଠିକ୍‌ ଭାବେ ଖାଇବା ଆବଶ୍ୟକ। ତେବେ ଅନେକଙ୍କ ମନରେ ଏକ ଧାରଣା ଥାଏ ଯେ, କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କିମ୍ବା ଭିଟାମିନ୍‌ ଔଷଧ, ପ୍ରୋଟିନ୍‌ ପାଉଡର, ଆଡିଶନାଲ ଫୁଡ୍‌ ସପ୍ଲିମେଣ୍ଟ ଇତ୍ୟାଦି ଖାଇଲେ ମା’ ଶାରୀରିକ ଆବଶ୍ୟକତା ଭରଣା କରିହେବା ସହ କ୍ଷୀର ଅଧିକ ହେବ। ସେହିପରି କେହି କେହି ସ୍ତନ୍ୟଦାତ୍ରୀ ମା’ ଏହା ଖାଇବା ଠିକ୍‌ ନୁହେଁ। ଏହା ଖାଇଲେ ଶିଶୁର ଝାଡ଼ା ଓ ଦେହ ଖରାପ ହୋଇଥାଏ। ହେଲେ ବାସ୍ତବରେ ଏସବୁ ଏକ ଭ୍ରାନ୍ତ ଧାରଣା ଯାହାକୁ ସୋସିଓ କଲ୍ଚରାଲ୍‌ ଆସ୍ପେକ୍ଟସ୍‌ ଅଫ୍‌ ଫୁଡ୍‌’ ବା ଆମ ଖାଦ୍ୟ ଅଭ୍ୟାସରେ ସାମାଜିକ ଓ ସାଂସ୍କୃତିକ କାରକଗୁଡିକର ପ୍ରଭାବ କୁହାଯାଏ। ବାସ୍ତବରେ ଧନୀ ହୁଅନ୍ତୁ ଅବା ଗରିବ ସବୁ ମା’ଙ୍କ ସ୍ତନରୁ ଶିଶୁ ପାଇଁ ସମାନ ପରିମାଣର କ୍ଷୀର ଝରିଥାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍‌ ପରିମାଣରେ କ୍ଷୀର ହେବା ସହ ମା’ ଶରୀର ସୁସ୍ଥ ରହିବା ଲାଗି ମା’କୁ ସବୁବେଳେ ପେଟ ପୂରା ଖାଇବା ଦରକାର ଏବଂ ଯାହାବି ପୂର୍ବରୁ ଖାଉଥିଲେ ତା’ଠାରୁ ଅଧିକ ପରିମାଣରେ ଖାଦ୍ୟ ଆବଶ୍ୟକ। ଅର୍ଥାତ୍‌ ଦୈନିକ ଭାତ ୬୦ ଗ୍ରାମ୍‌, ଡାଲି ୩୦ଗ୍ରାମ, କ୍ଷୀର ୧୦୦ଗ୍ରାମ୍‌, ତେଲ, ଘିଅ ୧୦ ଗ୍ରାମ୍‌ ଏବଂ ଚିନି, ଗୁଡ଼ ୧୦ ଗ୍ରାମ୍‌ ଅଧିକ ଖାଇବା ଆବଶ୍ୟକ। ଏହା ବ୍ୟତୀତ ରୁଟି, କ୍ଷୀର, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସଠୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ଖାଇପାରିବେ। ହେଲେ ଖାଦ୍ୟ ସୁଷମ, ସୁସ୍ବାଦୁ ଏବଂ ସୁପାଚ୍ୟ ହେବା ଜରୁରୀ। ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର। ତେବେ ସାଧାରଣତଃ ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ନ ଖାଇବା ଭଲ। ଏହାବ୍ୟତୀତ କେବଳ କେତୋଟି ଔଷଧ ଏ ସମୟରେ ଖାଇବା ଶିଶୁ ପାଇଁ ଠିକ୍‌ ନୁହେଁ।
– ଡା.ନିତ୍ୟାନନ୍ଦ ସ୍ବାଇଁ

– ବରିଷ୍ଠ ପୁଷ୍ଟି ବିଜ୍ଞାନୀ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri