ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ

ବଲିଉଡ୍‌ର ପ୍ରଖ୍ୟାତ ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। କେବଳ ବଲିଉଡ୍‌ ନୁହେଁ, କନ୍ନଡ ଫିଲ୍ମରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିଲେ। ୧୯୬୦ ମସିହାରେ ସେ କନ୍ନଡ ଫିଲ୍ମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ ‘ସ୍ବଦେଶ’ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Share