Advertisement
Categories: ଜାତୀୟ

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ। ସେଠାରେ ରହୁଲ ଗାନ୍ଧୀଙ୍କ ପକ୍ଷରୁ ପ୍ରିୟଙ୍କା ରାଲି କରିବା ସହ ରୋଡ ଶୋ’ କରିଥିଲେ। ଏଥିସହ ସେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନ ବସନ୍ତ କୁମାରଙ୍କ ପରିବାରଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ପରବର୍ତ୍ତି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବସନ୍ତ କୁମାରଙ୍କ ପରିବାରକୁ ଭେଟିବା ସମୟରେ ଯବାନଙ୍କ ପଡ଼ୋଶୀ ପ୍ରିୟଙ୍କାଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଏହାପରେ ସେଠାରେ ଏକପ୍ରକାର ଦ୍ୱନ୍ଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିୟାମାନୁସାରେ କେରଳ ପୋଲିସ ପ୍ରିୟଙ୍କାଙ୍କୁ ଖାଇବା ପାଇଁ ମନା କରିଦେଇଥିଲେ। ହେଲେ ପରେ ଏସପିଜିର ସୁରକ୍ଷାକର୍ମୀ ସେହି ଖାଇବାକୁ ଖାଇ ଯାଞ୍ଚ କରିବା ପରେ ପ୍ରିୟଙ୍କା ଗାନ୍ଧୀ ଖାଇଥିଲେ। କାରଣ ପ୍ରୋଟ୍ରୋକଲ ଅନୁସାରେ ପ୍ରିୟଙ୍କା ସବୁବେଳେ ଏକ ସ୍ବତନ୍ତ୍ର ସୁରକ୍ଷା ଦଳ (ଏସପିଜି)ର ସୁରକ୍ଷାରେ ରହିଥାନ୍ତି। ଫଳରେ ତାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ସ୍ଥାନରେ ବିନା ଯାଞ୍ଚରେ ଖାଦ୍ୟ ଖାଇବା ପାଇଁ ବାରଣ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share