Advertisement
Categories: ଜାତୀୟ

ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ

ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ଯେଉଁଠାରେ ସେ ସାପ ସହ ଖେଳୁଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ପ୍ରିୟଙ୍କା ନିଜ ମା’ଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀରେ ପ୍ରଚାର ପାଇଁ ପହଞ୍ଚିଥିଲେ। ପ୍ରଚାର କରୁଥିବା ସମୟରେ ସାପୁଆ ବସ୍ତିରେ ପହଞ୍ଚିଥିଲେ ପ୍ରିୟଙ୍କା। ସେଠାରେ ସେ ସାପୁଆ ବସ୍ତି ଲୋକଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପରେ ସାପ ବିଷୟରେ ପଚାରି ବୁଝିଥିଲେ। ଏହାପରେ ସେ କେତେବେଳେ ସାପକୁ ନିଜ ହାତରେ ଧରିଥିଲେ ତ  କେତେବେଳେ ତା ସହ ଖେଳୁଥିବା ଦେଖିବାକୁ ମିଳିଛି। ଆଉ ଏହାକୁ ଦେଖିବା ପାଇଁ ବସ୍ତିରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share