Advertisement
Categories: ଖେଳ

ପ୍ରଜନେଶଙ୍କ ବିଜୟ ଅଭିଯାନ

ନର୍ଥ କାରୋଲିନା,୧୯।୮(ପିଟି): ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓ୍ବିନଷ୍ଟନ ସାଲେମ ଓପନ ଏଟିପ ଟୁର୍ନାମେଣ୍ଟରେ ବିଜୟ ସହ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ କେଡ୍ରିକ ମାର୍ସେଲ ଷ୍ଟିବଙ୍କୁ ହରାଇଛନ୍ତି। ବିଶ୍ୱର ୮୯ତମ ର଼୍ୟାଙ୍କ ଖେଳାଳି ପ୍ରଜନେଶ ୬-୩, ୬-୪ ସେଟ୍‌ରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ବିଜୟ ପାଇଁ ଏକଘଣ୍ଟା ୧୩ ମିନିଟ୍‌ ଲାଗିଥିଲା। ସେ ପରବର୍ତ୍ତୀ ମ୍ୟାଚ୍‌ରେ ଫ୍ରାନ୍ସର ବେନୋଇଟ ପାଇରେଙ୍କୁ ଭେଟିବେ। ଚଳିତ ବର୍ଷ ପ୍ରଜନେଶ ଇଣ୍ଡିଆନ ଓ୍ବେଲ୍ସଠାରେ ଫ୍ରାନ୍ସର ପାଇରେଙ୍କୁ ହରାଇଥିଲେ, ଯାହାକି ତାଙ୍କ କ୍ୟାରିୟରର ବୃହତ୍‌ ବିଜୟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel