ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି,୧୪।୯(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀମାନେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟକରି ପୋଲିସ ସୂଚନାଦାତା ଦର୍ଶାଇ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କୁ ପୋଲିସ ଇନ୍‌ଫର୍ମର କାମ ବନ୍ଦ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ମୃତଦେହ ନିକଟରେ ମାଓବାଦୀ ଏକ ହାତଲେଖା ପୋଷ୍ଟର ଛାଡ଼ିଯାଇଛନ୍ତି । ମୃତଦେହ ନିକଟରେ ମାଓବାଦୀମାନେ ବୋମା ପୋତିଥିବା ଆଶଙ୍କାଥିବାରୁ ସେଠାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ପଠାଯାଇଥିବା ଏସ୍‌ଡିପିଓ ଧୀରେନ୍ଦ୍ର ପଟେଲ ସୂଚନା ଦେଇଛନ୍ତି।