Categories: ଜାତୀୟ

ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ

ଭୋପାଳ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସହିତ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ପ୍ରଜ୍ଞାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଟୁଇଟ୍‌ କରି ତାଙ୍କର ନାମାଙ୍କନ ରଦ୍ଦ ପାଇଁ ସେ ଦାବି କରିଛନ୍ତି। ତେବେ ପ୍ରଜ୍ଞା ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରି ନାହାଁନ୍ତି। ପ୍ରଜ୍ଞା ମାଲେଗାଓଁ ବିସ୍ଫୋରଣରେ ଅଭିଯୁକ୍ତ ଥିଲେ ତାଙ୍କ ଭଳି ଜଣେ ଅପରାଧୀଙ୍କୁ ଭାଜପା ଟିକେଟ ଦେବାକୁ ମାୟାବତୀ ନିନ୍ଦା କରିଛନ୍ତି। ସେହିପରି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଭାଜପା ଜଣେ ଆତଙ୍କବାଦୀଙ୍କୁ ନିର୍ବାଚନ ମଇଦାନରେ ଲଢ଼ିବାର ସୁଯୋଗ ଦେଇଥିବା କହିଛନ୍ତି।

Share