Categories: ଜାତୀୟ

ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ: ଭୁପେଶ ବାଘେଲା

ରାୟପୁର,୨୧।୪: ପ୍ରଜ୍ଞା ସିଂ ଠାକୁର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା। ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ। ସେ ୧୯ ବର୍ଷ ବୟସରେ ଜଣଙ୍କୁ ଛୁରୀ ମାରିଥିଲେ। ଏହା ସହିତ ୨୦୦୮ ସେପ୍ଟେମ୍ବର ୨୯ ମାଲେଗାଓ୍ବଁ ବିସ୍ଫୋରଣ ଘଟଣାରେ ସେ ଜେଲ ଦଣ୍ଡ ଭୋଗିଛନ୍ତି। ଭାଜପା ପେଶାଦାର ଅପରାଧୀଙ୍କୁ ଟିକେଟ ଦେଇ ଏକ କଳଙ୍କିତ ରାଜନୀତି ସୃଷ୍ଟି କରିଥିବା ବାଘେଲା କହିଛନ୍ତି। ସେ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ହେମନ୍ତ କରକାରେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଅତି ନିନ୍ଦନୀୟ। ଏହାଦ୍ୱାରା ଶହୀଦ୍‌ଙ୍କ ଅପମାନ ହେଉଛି। ଏପରିସ୍ଥଳେ ଭାଜପା ଚୁପ୍‌ ରହିବା ଅତ୍ୟନ୍ତ ଦୁଃଖର କଥା ବୋଲି ବାଘେଲା କହିଛନ୍ତି।

Share