Categories: ଖେଳ

ପ୍ରଣୀଥଙ୍କୁ ବ୍ରୋଞ୍ଜ

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀଥଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ ସେ ବିଶ୍ୱର ନଂ ୧ ଖେଳାଳି ଜାପାନର କେଣ୍ଟୋ ମୋମୋଟାଙ୍କଠାରୁ ୧୩-୨୧, ୮-୨୧ ଗେମ୍‌ରେ ହାରି ଯାଇଛନ୍ତି। ପ୍ରକାଶ ପାଦୁକୋନ୍‌(୧୮୮୩)ଙ୍କ ପରେ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି।

Share