Categories: ଜାତୀୟ

ପ୍ରତିଘଣ୍ଟାରେ ଦେଶରେ ୧୫ ଜଣ କରୁଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ,୨୦।୧୧: ପ୍ରତି ଘଣ୍ଟାରେ ଦେଶରେ ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୬ରେ ଲକ୍ଷେ ୩୧ ହଜାର ୮ଜଣ ଲୋକ ଆତ୍ମହତ୍ୟା କରିଥିବାବେଳେ ୨୦୧୫ ତୁଳନାରେ ଏଥିରେ ୨ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୧୫ରେ ଲକ୍ଷେ ୩୩ ହଜାର ୬ଶହ ୨୩ ଜଣ ଲୋକ ଆତ୍ମହତ୍ୟା କରିଥିଲେ। ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଥିବା ଏଥିରେ ଦର୍ଶାଯାଇଛି। ଦେଶରେ ପ୍ରାୟ ୬୮ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥାନ୍ତି। ୨୦୧୦ରେ ଅଧିକ ଲୋକ ଆତ୍ମହତ୍ୟା କରିଥିବାବେଳେ ପରବର୍ତ୍ତୀ ସମୟରେ ଏହା କମିଥିବା ରିପୋର୍ଟରେ କୁହାଯାଇଛି।

Share