ପନିର ଖାଇବାକୁ ଯେତିକି ସ୍ବାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ପନିରରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ, ଫସଫରସ୍ ଭରପୂର ମାତ୍ରାରେ ଥାଏ। ରନ୍ଧା ପନିର ଅପେକ୍ଷା କଞ୍ଜା ପନିର ଖାଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ୧୦୦ ଗ୍ରାମ ପନିରରେ ୧୧ ଗ୍ରାମ ପ୍ରୋଟିନ ଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ପନିର ସାମିଲ କଲେ ହାଡ ମଜଭୁତ ହେବା ସହ ଓଜନ ମଧ୍ୟ ହ୍ରାସ ଘଟିଥାଏ। ପନିର ଖାଇବା ଦ୍ୱାରା ରକ୍ତ ଶର୍କରାସ୍ତର ସନ୍ତୁଳିତ ରହିବା ସହ ଆଣ୍ଠୁଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଖାଦ୍ୟ ହଜମ କରିବାରେ ମଧ୍ୟ ପନିର ସହାୟକ ହୋଇଥାଏ।