ପ୍ରତିଦିନ ପିଅନ୍ତୁ ପାଳଙ୍ଗ ପତ୍ର ଜୁସ୍‌, ମିଳିବ ଏସବୁ ଫାଇଦା

ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍‌ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର ଜୁସ୍‌ ପିଇଲେ ହାଡ ମଜଭୁତ ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଜୁସ୍‌ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ପାଳଙ୍ଗ ଜୁସ୍‌ ବେଶ୍‌ ଭଲ। ପାଳଙ୍ଗରେ କ୍ୟାରୋଟିନ୍‌ ଏବଂ କ୍ଲୋରୋଫିଲ୍‌ ଥିବାରୁ ଏହା କ୍ୟାନସର ଅଶାଙ୍କା ମଧ୍ୟ କିଛି ମାତ୍ରାରେ ଦୂର କରେ। ଏହାସହ ହଜମ ହେଉ ନ ଥିଲେ ପ୍ରତିଦିନ ପାଳଙ୍ଗ ଶାଗ ଜୁସ୍‌ ପିଅନ୍ତୁ।