Categories: ଫୁରସତ

ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ମାଗଣାରେ ଚା’ ପିଆଉଛନ୍ତି ୯୪ ବର୍ଷୀୟ ବୃଦ୍ଧ

ଜୟପୁର: ରାଜସ୍ଥାନର ଜୟପୁର ସହରରେ ଗୁଲାବ ଜୀଙ୍କ ଚା’ ଦୋକାନ ବେଶ୍‌ ପ୍ରସିଦ୍ଧ। ସକାଳେ ଏବଂ ସନ୍ଧ୍ୟାରେ ଏହି ଚା’ ଦୋକାନରେ ପ୍ରବଳ ଭିଡ ଜମିଥାଏ। କାହିଁକି ଜାଣନ୍ତି? ପ୍ରତିଦିନ ଗୁଲାବ ଜୀ ୨୦୦ରୁ ଅଧିକ ଗରିବ ଏବଂ ବେସାହାରା ଲୋକଙ୍କୁ ଚା’ ମାଗଣାରେ ଦେଇଥାନ୍ତି। ୧୯୪୭ ମସିହାରୁ ସହରର ଏମ୍‌ଆଇ ରୋଡରେ ନିଜ ଚା’ ଦୋକାନ ଆରମ୍ଭ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ନିଜ ହାତରେ ଚା’ ପ୍ରସ୍ତୁତ କରି ଗରିବ ଲୋକଙ୍କୁ ଦେଉଛନ୍ତି। ସେ ସମୟରେ ମାତ୍ର ୧୩୦ଟଙ୍କାରେ ଚା’ ଦେକାନ ଆରମ୍ଭ କରିଥିବା ଗୁଲାବ ଜୀ। ରାଜପୁତ ବଂଶର ହୋଇଥିବାରୁ ରାସ୍ତାକଡ଼ରେ ଚା’ ବିକିବା ତାଙ୍କ ଗାଁ ଲୋକେ ବିରୋଧ କରିଥିଲେ। କିନ୍ତୁ କାହାକୁ ଖାତିର ନ କରି ଚା’ ଦୋକାନ ଆରମ୍ଭ କରିଥିଲେ ସେ। ଗରିବ ଏବଂ ବେସାହାରା ଲୋକଙ୍କୁ ଛାଡି ଅନ୍ୟମାନଙ୍କଠାରୁ ଚା’ ପିଇବା ଟଙ୍କା ରଖନ୍ତି ଗୁଲାବ ଜୀ। ସେଥିରେ ନିଜ ପରିବାର ଚଳାନ୍ତି।

Share