ପ୍ରତିଦିନ ୨୫୦ ଗରିବଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଅଳଙ୍କାର ବ୍ୟବସାୟୀ

କୋଏମ୍ବାଟୁର,୨।୩: ସମାଜର ଗରିବଙ୍କ ପାଇଁ କାମ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ। ଏଭଳି କାର୍ଯ୍ୟ କରି ତାମିଲନାଡୁର ଜଣେ ପୂର୍ବତନ ଅଳଙ୍କାର ବ୍ୟବସାୟୀ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ତୁଥୁକୁଡ଼ି ଜିଲାରେ ବାସ କରୁଥିବା ୬୩ ବର୍ଷ ବୟସ୍କ ବାଲାଚନ୍ଦ୍ର ଗତ ଦେଢ଼ ବର୍ଷ ଧରି ପ୍ରତିଦିନ ଜିଲାର ପାହାଡ଼ିଆ ଅଞ୍ଚଳରେ ଘରଘର ବୁଲି ୨୫୦ ଖାଦ୍ୟ ପୁଡ଼ିଆ ବଣ୍ଟନ କରୁଛନ୍ତି। ଏଥିପାଇଁ ସେ ପ୍ରତିଦିନ ୬୦୦୦ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସହିତ ପ୍ରତି ମାସର ତୃତୀୟ ରବିବାର ଦିନ ସେ ଘରଘର ବୁଲି ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ବାଣ୍ଟୁଛନ୍ତି। ୧୪ ଶତାବ୍ଦୀରେ କାବେରୀପତନମ୍‌ରେ ବାସ କରୁଥିବା ସନ୍ଥ ପତିନାଥରଙ୍କ ବାଣୀ ଦ୍ୱାରା ପ୍ରଭାବିତ ହୋଇ ବାଲାଚନ୍ଦ୍ର ଏଭଳି କରୁଥିବା କହିଥାନ୍ତି।

Share