Categories: ଫୁରସତ

ପ୍ରତିଦିନ ୨ ଘଣ୍ଟା ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନ କରାଉଛନ୍ତି ୫୮ ବର୍ଷୀୟା ମହିଳା

ଇନ୍ଦୋର: ୟୁରୋପ ଏବଂ ଆମେରିକାର ଯାତାୟାତ ବ୍ୟବସ୍ଥାକୁ ଦେଖି ନ୍ୟାୟନଗରରେ ରହୁଥିବା ୫୮ ବର୍ଷୀୟା ବୃନ୍ଦା ନାମକ ଜଣେ ମହିଳା ସ୍ବେଚ୍ଛାକୃତ ଭାବେ ପ୍ରତିଦିନ ୨ ଘଣ୍ଟା ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ଏପରି ଦୃଢ଼ ସଂକଳ୍ପ ନେଇ ବୃନ୍ଦା ପ୍ରତିଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ରାସ୍ତା ଉପରେ ଠିଆ ହୋଇ ହାତ ଯୋଡ଼ି ଗାଡ଼ିଚାଳକଙ୍କୁ ଅଟକାଇ ବିନମ୍ର ନିବେଦନ କରୁଛନ୍ତି। ହେଲ୍‌ମେଟ୍‌ ପିନ୍ଧିବା, ସିଟ୍‌ ବେଲ୍ଟ ବାନ୍ଧିବା, ଟ୍ରାଫିକ୍‌ ସିଗ୍‌ନାଲ ମାନିବା, ଗାଡ଼ି ଧୀରେ ଚଳାଇବା ପାଇଁ ସଚେତନ କରାଉଛନ୍ତି। ବୃନ୍ଦା କୁହନ୍ତି, ସହର ସ୍ବଚ୍ଛତାରେ ୧ ନମ୍ବରରେ ରହିଛି। ଏବେ ଟ୍ରାଫିକ୍‌ ନିୟମ ପାଳନରେ ମଧ୍ୟ ଏକ ନମ୍ବର ରହିବ ବୋଲି ଆଶା କରୁଛି। ୪ ବର୍ଷ ତଳେ କାଲିଫର୍ଣ୍ଣିଆ ଯାଇଥିଲେ। ସେଠାରେ ରାସ୍ତା ପୂରା ଖାଲିଥିଲା। ମାତ୍ର ଟ୍ରାଫିକ୍‌ରେ ରେଡ୍‌ ଲାଇଟ୍‌ ଜଳୁଥିବାରୁ ସେଠାକାର ଜଣେ ଡ୍ରାଇଭର ଟ୍ରାଫିକ ନିୟମ ଅନୁଯାୟୀ ଗାଡ଼ି ଅଟକାଇଥିଲେ। ଏହା ତାଙ୍କୁ ପ୍ରଭାବିତ କରିଥିଲା।

Share