ପ୍ରତିଦ୍ୱନ୍ଦ୍ୱୀ ବିମୁଖ ରାଧିକା ମଦନ

ମୁମ୍ବାଇ: ବଲିଉଡରେ ବହୁ ନୂଆ ମୁହଁ ଆବିର୍ଭାବ ହେଉଥିଲେ ବି ଅଭିନେତ୍ରୀ ରାଧିକା ମଦନ ପ୍ରତିଦ୍ୱନ୍ଦ୍ୱିତାରେ ବିଶ୍ୱାସ କରନ୍ତି ନାହିଁ। ହିଟ୍‌ ଟିଭି ଶୋ’ ‘ମେରୀ ଆଶିକ୍‌ ତୁମ୍‌ ସେ ହୈ’ରେ ଅଭିନୟ କରିବା ଏବଂ ପରେ କିଛି ରିୟଲିଟି ଶୋ’ରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବା ପରେ ସେ ଗତବର୍ଷ ‘ପଟାଖା’ରେ ଅଭିନୟ କରି ବଲିଉଡ କଳାକାରର ମାନ୍ୟତା ପାଇଥିଲେ। ଏଥିରେ ତାଙ୍କୁ ଦର୍ଶକଙ୍କ ପକ୍ଷରୁ ଢେର ପ୍ରଶଂସା ମିଳିଥିଲା। ସଫଳତାର ମନ୍ତ୍ର ସମ୍ପର୍କରେ ସେ କହିଲେ, ‘ମୁଁ ସବୁବେଳେ ନିଜର ଦକ୍ଷତା ଉପରେ ନିର୍ଭର କରେ। ଅନ୍ୟ କାହାପରି ହେବାକୁ କିମ୍ବା କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହେଁନାହିଁ।’ ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ଅନେକ ଲୋକ ଚଟୁଳ ବାକ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରୁଛନ୍ତି। ଆମର ସାଧୁତାପୂର୍ଣ୍ଣ କାର୍ଯ୍ୟ, ବିଶ୍ୱାସ ଓ ସ୍ବପ୍ନ ଆମକୁ ସଫଳତା ଦିଗରେ ବାଟ କଢ଼ାଇନେବ।
ରାଧିକା ଏବଂ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ଅଭିନେତା ଆଦିତ୍ୟଙ୍କୁ ନିକଟରେ ‘ଟାଇମ୍ସ ଫ୍ରେଶ୍‌ ଫେସ୍‌’ର ଶେଷ ସଂସ୍କରଣ ଲଞ୍ଚ୍‌ ଅବସରରେ ଏକତ୍ର ଦେଖିବାକୁ ମିଳିଥିଲା।

Share