ପ୍ରତିଭା ବିକେ, ବିବେକ ନୁହେଁ

ମୁମ୍ବାଇ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଛି। ଏହି ବିକ୍ଷୋଭରେ ସାମିଲ ହେବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଟେଲିଭିଜନ୍‌ ଶୋ’ ‘ସାବ୍‌ଧାନ୍‌ ଇଣ୍ଡିଆ’ରୁ ବିଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୁଶାନ୍ତ କହିଛନ୍ତି, ମୁଁ ମୋ ପ୍ରତିଭା ବିକ୍ରି କରେ, କିନ୍ତୁ ବିବେକକୁ ବିକେନାହିଁ। ଆନ୍ଦୋଳନରେ ସାମିଲ୍‌ ହେବା ଦିନ ହିଁ ତାଙ୍କୁ ଉକ୍ତ କାର୍ଯ୍ୟକ୍ରମରୁ ବାହାର କରାଯିବା ଏକ ସଂଯୋଗ ହୋଇପାରେ। ମାତ୍ର ତାଙ୍କୁ କମ୍‌ ବଜେଟ୍‌ର କାରଣ ଦର୍ଶାଇ ବାହାର କରାଯାଇଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପ୍ରକାଶ ଯେ, ସେ ଆଉ ସାବ୍‌ଧାନ୍‌ ଇଣ୍ଡିଆ ଶୋ’ ଉପସ୍ଥାପନ କରିବେ ନାହିଁ ବୋଲି ମଙ୍ଗଳବାର ସୁଶାନ୍ତ ଟୁଇଟ୍‌ କରିଥିଲେ। ଏହାପରେ ଜଣେ ଟୁଇଟର୍‌ ବ୍ୟବହାରକାରୀ ମନ୍ତବ୍ୟ ଦେଇଥିଲେ, ଆପଣକୁ ସତ କହିବାର ମୂଲ୍ୟ ଦେବାକୁ ପଡ଼ିଛି। ଏହାର ଉତ୍ତର ରଖି ଅଭିନେତା କହିଛନ୍ତି, ଯଦି ସତ କହିବାର ମୂଲ୍ୟ, ଏହି ମୂଲ୍ୟ ବହୁତ୍‌ କମ୍‌। ମୁଁ ମୋ କାର୍ଯ୍ୟ ପାଇଁ ପଶ୍ଚାତାପ କରୁନାହିଁ। ମୋ ପିଲାମାନେ ଯେତେବେଳେ ବଡ଼ ହୋଇ ମୁଁ ଛାତ୍ରମାନଙ୍କ ନିର୍ଯାତନା ବିରୋଧରେ କ’ଣ କରିଥିଲି ବୋଲି ପ୍ରଶ୍ନ କରିବେ, ମୁଁ କ’ଣ ଉତ୍ତର ଦେବି ବୋଲି ସେ କହିଛନ୍ତି।

Share