ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ

କଟକ ଅଫିସ,୨୫।୧୧: କଥାଶିଳ୍ପୀ ପଦ୍ମଶ୍ରୀ ଡ. ପ୍ରତିଭା ରାୟ ୨୦୧୮ର ମର୍ଯ୍ୟାଦାଜନକ ସାରଳା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ଡିସେମ୍ବର ୮ରେ କଟକ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ପ୍ରଭାକର ସ୍ବାଇଁ ଜଣାଇଛନ୍ତି। ସେ ବର୍ଷା ବସନ୍ତ ବୈଶାଖ, ଅପରିଚିତ, ଯାଜ୍ଞସେନୀ, ଶିଳାପଦ୍ମ, ଗଙ୍ଗଶିଉଳି, ସମୁଦ୍ରର ସ୍ବର, ପୁଣ୍ୟତୋୟା ଆଦି ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।