Categories: ଜାତୀୟ

ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ: ୩୩ ଶହ କୋଟିର ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୨।୧୦: ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ୩୩ ଶହ କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ କିଣା  ପ୍ରସ୍ତାବକୁ ଇତିମଧ୍ୟରେ ସରକାର ମଞ୍ଜୁରୀ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରତିରକ୍ଷା ସରଞ୍ଜାମ କ୍ରୟ ପରିଷଦ(ଡିଏସି)ର ବୈଠକରେ ୨ଟି ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ କ୍ଷେପଣାସ୍ତ୍ର, ଟି-୭୨ ଏବଂ ଟି-୯୦ ଟ୍ୟାଙ୍କ୍‌ ପାଇଁ ଅକ୍ସିଲାରି ପାଓ୍ବାର ୟୁନିଟ୍‌ ଆଦି କିଣାଯିବା ପ୍ରସ୍ତାବକୁ ସ୍ବୀକୃତି ମିଳିଛି।

Share