ପ୍ରତିରକ୍ଷା ଦିବସକୁ ‘କଶ୍ମୀର ସଂହତି ଦିବସ’ ଭାବେ ପାଳନ କରିବ ପାକିସ୍ତାନ

ଇସାଲାମାବାଦ୍‌,୬।୯: ଜମ୍ମୁ-କଶ୍ମୀର ୩୭୦ ଧାରା ଉଠିଯିବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଭାରତ ସହ ପରମାଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ନିଜ ଦେଶର ପ୍ରତିରକ୍ଷା ଦିବସକୁ ‘କଶ୍ମୀର ସଂହତି ଦିବସ’ ଭାବେ ପାଳନ କରିବ। ପାକିସ୍ତାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଲୋକଙ୍କ ସମର୍ଥନରେ ଗତ ଅଗଷ୍ଟ ୧୪ ଅର୍ଥାତ୍‌ ପାକିସ୍ତାନ ସ୍ବାଧୀନତା ଦିବସକୁ ‘କଶ୍ମୀର ସଂହତି ଦିବସ’ ଏବଂ ଅଗଷ୍ଟ ୧୫କୁ ପାକିସ୍ତାନ କଳା ଦିବସ ଭାବେ ପାଳନ କରିଥିଲା।

Share