ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ ହ୍ରାସ କରିବା ପାଇଁ ସେଠାକାର ସେନା ଓ ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ୍‌ ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ (ଆଇଏସ୍‌ପିଆର୍‌) ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ୍‌ ଗଫୁର ମଙ୍ଗଳବାର ଏକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

Share