ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦକୁ ବିରୋଧ: ବାଲେଶ୍ୱର ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଲୋକେ

ବାହାନଗା,୩୧।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକର କଳାମାଟିଆ ପାହିରେ ଥିବା ସମୁଦ୍ର ଆଖିରେ ବସବାସ କରୁଥିବା ଲୋକମାନଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଉଚ୍ଛେଦ କରିବା ନିର୍ଦ୍ଦେଶକୁ ଲୋକମାନେ ବିରୋଧ କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରେମୁଣା ତହସିଲଦାର, ଅତିରିକ୍ତ ତହସିଲଦାର ତଦନ୍ତ ଆରମ୍ଭ କରିଛନ୍ତି।