Categories: ଜାତୀୟ

ପ୍ରତିରାଜ୍ୟରେ ପ୍ରତିଷ୍ଠା ହେବ ଏମ୍ସ୍‌: ବୃଦ୍ଧି ହେବ ୧୦,୦୦୦ ପିଜି ମେଡ଼ିକାଲ ସିଟ୍‌

ଋଷିକେଶ, ୧୪।୩: ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦେଶର ପ୍ରତିରାଜ୍ୟରେ ଏମ୍ସ୍‌ ପ୍ରତିଷ୍ଠା ହେବ। ସେହିପରି ଆଗାମୀ ଦିନରେ ପିଜି ମେଡ଼ିକାଲ ସିଟ୍‌ରେ ଅଧିକ ୧୦,୦୦୦ ବୃଦ୍ଧି କରାଯିବ। ଏହାଦ୍ୱାରା ସ୍ବାସ୍ଥ୍ୟ ସେବା ୨୦୩୦ ସୁଦ୍ଧା ବିକଶିତ ହୋଇ ପାରିବ। ଏସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଭାଜପା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲକ୍ଷ୍ୟ ପୂରଣ କରିପାରିବେ ବୋଲି ସେ କହିଛନ୍ତି। ଋଷିକେଶରେ ଏମ୍ସ୍‌ର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶାହା ଏଭଳି ମତ ପୋଷଣ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ୨୯,୦୦୦ ଏମ୍‌ବିବିଏସ୍‌ ଏବଂ ୧୭,୦୦୦ ପିଜି ସିଟ୍‌ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଏହି ସମାରୋହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗଦେଇଥିଲେ।

Share