ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ତୁଳସୀ କ୍ଷୀର

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି। କରୋନାରୁ ରକ୍ଷା ପାଇବା ଲାଗି ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ କୁହା ଯାଉଥିବା ବେଳେ ତୁଳସୀରେ ଏହା ଭରି ରହିଛି। ତେବେ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ତୁଳସୀ ପତ୍ରରେ ପ୍ରସ୍ତୁତ କାଢ଼ା ପିଇବାକୁ ଅନେକ ଲୋକେ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନା ପସନ୍ଦ କରିଥାନ୍ତି। ତେବେ ସୁସ୍ଥ ରହିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି କାଢ଼ାର ବିକଳ୍ପ ଭାବେ ତୁଳସୀ କ୍ଷୀର ସେବନ କରିବା ଉଚିତ। ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରୀ ଗୁଣ ସମ୍ପର୍କରେ …..

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କ୍ଷୀରକୁ ଗରମ କରନ୍ତୁ । ଏହା ଗରମ ହେବା ପରେ ସେଥିରେ ୮ରୁ ୧୦ ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ପିଅନ୍ତୁ।

ତେବେ ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

ଅଧକପାଳି ବିନ୍ଧା: ତୁଳସୀ କ୍ଷୀର ପିଇବା ଦ୍ୱାରା ଅଧକପାଳି ବିନ୍ଧା ଦୂର ହୋଇଥାଏ। ଯଦି ଆପଣଙ୍କ ଠାରେ ମୂଳରୁ ଏହି ସମସ୍ୟା ଅଛି ତେବେ ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ।

ମାନସିକ ସମସ୍ୟାରୁ ଉପଶମ
ତୁଳସୀ କ୍ଷୀରକୁ ନିୟମିତ ପିଇବା ଫଳରେ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏ। ତୁଳସୀ ପତ୍ରରେ ଥିବା ଗୁଣ ଅବସାଦ ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

ପ୍ରତିରକ୍ଷା ପ୍ରକ୍ରିୟାକୁ ବଢ଼ାଏ
ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ। ପ୍ରତିଦିନ ତୁଳସୀ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ହାର୍ଟ ସମସ୍ୟାରୁ ମୁକ୍ତି: ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ପିଇଲେ ହାର୍ଟ ଜନିତ ସମସ୍ୟା ଦୂର ହୁଏ ।

କାଶ ଥଣ୍ଡା ଭଳି ଯନ୍ତ୍ରଣାରୁ ମୁକ୍ତି: ଏହାକୁ ପିଇବା ଫଳରେ କାଶ ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଶ୍ୱାସକ୍ରିୟାରେ ସମସ୍ୟାରୁ ମୁକ୍ତି: ଯଦି ଆପଣଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଉଛି ତେବେ ପ୍ରତିଦିନ ଏକ ଗ୍ଲାସ ତୁଳସୀ କ୍ଷୀର ପିଅନ୍ତୁ।

ପରିବର୍ତ୍ତିତ ଋତୁ: ପରିବର୍ତ୍ତିତ ଋତୁରେ ଉପୁଜୁଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ତୁଳସୀ କ୍ଷୀର ମୁକ୍ତି ଦେଇଥାଏ।