Categories: ଫୁରସତ

ପ୍ରତିରୋପଣ ହେଲା ଶୁଆ ଡେଣାର ପର

ବ୍ରିସ୍‌ବେନ,୨୬।୨: ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟତାରେ ମଣିଷର ଅଙ୍ଗ ପ୍ରତିରୋପଣ ହୋଇପାରୁଛି। ତେବେ ଅଷ୍ଟ୍ରେଲିଆରେ ଏକ ଶୁଆ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି। ୧୨ ସପ୍ତାହର ଛୋଟ ଶୁଆ ବେଇ-ବେଇ କାଳେ ଉଡ଼ିଯିବ ସେଥିପାଇଁ ତା ମାଲିକ ଡେଣାର ପର କାଟି ଦେଇଥିଲେ। ତେବେ ୩୧ ବର୍ଷ ବୟସ୍କ ଭେଟେନାରୀ ଡାକ୍ତର କୈଥରିନ୍‌ ଆପୁଲି କିଛି ଘଣ୍ଟା ମଧ୍ୟରେ ଶୁଆର ଡେଣାରେ ପର ପ୍ରତିରୋପଣ କରିବାକୁ ସକ୍ଷମ ହୋଇଛନ୍ତି। କିଛି ଅଠା, ଟୁଥ୍‌ ପିକ୍‌ ଏବଂ ପୁରୁଣା ପର ସହାୟତାରେ ସେ ଏପରି କରିପାରିଛନ୍ତି। ଡ଼େଣାରେ ପର ପ୍ରତିରୋପଣ ପରେ ଶୁଆଟି ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ଖୁସିରେ ଉଡ଼ି ବୁଲିଥିଲା।

Share