Categories: ଅନୁଗୋଳ

ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଅନୁଗୋଳ ଅଫିସ, ୧୯।୫- ଅନୁଗୋଳ ସେସୁ ଅଧୀନ ଠିକା ସଂସ୍ଥା ଏନ୍‌ଜେନ୍‌ ଜରିଆରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ, ନୂତନ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯିବା ପ୍ରତିବାଦରେ ବାବା ଚମ୍ପେଶ୍ୱର ବିଦ୍ୟୁତ୍‌ କର୍ମଚାରୀ ସଂଘ ପକ୍ଷରୁ ସୋମବାର ସେସୁ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ଉପଜିଲାପାଳଙ୍କ ପ୍ରକୋଷ୍ଠରେ ଅନୁଗୋଳ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସଂଘ ପ୍ରତିନିଧିଙ୍କ ସହ ଏକ ବୈଠକ ବସିଥିଲା। ଜିଲାପାଳ ଓ ସେସୁ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ବାସୁଦେବ ଶତପଥୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।