Advertisement

ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ପୃଥିବୀର ୧୭୦ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାହାକି ପୃଥିବୀର ମୋଟ ଜନସଂଖ୍ୟାର ୨୦ ପ୍ରତିଶତ। ପ୍ରତି ୫ ଜଣରେ ଜଣେ କରୋନା ଦ୍ୱାରା ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମେଦବହୁଳତା ଏବଂ ହାର୍ଟ ସମସ୍ୟାଥିବା ବ୍ୟକ୍ତି ଏହାଦ୍ୱାରା ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଅଛି। ଲଣ୍ଡନ ସ୍କୁଲ୍‌ ଅଫ୍‌ ଟ୍ରପିକାଲ ମେଡ଼ିସିନ୍‌ ପକ୍ଷରୁ କୁହାଯାଇଛି ଯେ, ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ହେଉଥିବା ବିଭିନ୍ନ ଶାରିରୀକ ସମସ୍ୟା ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ସେଭଳି ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share