Categories: ବାଣିଜ୍ୟ

ପ୍ରତ୍ୟକ୍ଷ ଟିକସ କୋଡ୍‌;ସୀତାରାମନ୍‌ଙ୍କୁ ରିପୋର୍ଟ ଦେଲା ଟାସ୍କଫୋର୍ସ

ନୂଆଦିଲ୍ଲୀ,୨୦-୮: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ସୋମବାର ନୂଆ ପ୍ରତ୍ୟକ୍ଷ ଟିକସ କୋଡ୍‌ ଉପରେ ନିଜର ରିପୋର୍ଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟ ସମ୍ପର୍କରେ ବିସ୍ତାରିତ ତଥ୍ୟ ମିଳିପାରିନାହିଁ। ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଜରିଆରେ ଜଣାଇ ଦିଆଯାଇଛି। ମେ’ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ପ୍ରଥମେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ରିପୋର୍ଟ ପ୍ରଦାନ ସମୟସୀମାକୁ ଆହୁରି ୨ ମାସ ବଢ଼ାଇ ଦେଇଥିଲେ। ତଦନୁଯାୟୀ ସରକାର ଟାସ୍କଫୋର୍ସକୁ ଅଗଷ୍ଟ ୧୬ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଟାସ୍କଫୋର୍ସ ଅଧିକ ସମୟ ମାଗିଥିଲେ। ଏହି ଟାସ୍କଫୋର୍ସରେ ଅଖିଳେଶ ରଞ୍ଜନ ଆବାହକ ଥିଲା ବେଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରୀଷ ଆହୁଜା, ୟର୍ଣ୍ଣେଷ୍ଟ ଆଣ୍ଡ ୟଙ୍ଗର ଆଞ୍ଚଳିକ ପରିଚାଳନା ପାର୍ଟନର ତଥା ଅଧ୍ୟକ୍ଷ ରାଜୀବ ମେମାନୀ, ଟିକସ ଓକିଲ ମୁକେଶା ପଟେଲ, ଆଇସିଆର୍‌ଆଇଇଆର୍‌ର କନସଲଟାଣ୍ଟ ମାନସୀ କେଡିଆ ଏବଂ ଅବସରପ୍ରାପ୍ତ ଆଇଆରଏସ୍‌ ତଥା ଆଡଭୋକେଟ ଜି.ସି.ଶ୍ରୀବାସ୍ତବ ଅଂଶବିଶେଷ ରହିଛନ୍ତି।

Share