ନୂଆଦିଲ୍ଲୀ,୮।୬: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% ହ୍ରାସ ଘଟି ୧୨.୩୩ ଲକ୍ଷ କୋଟି ଟଙ୍କା ରହିଛି। କର୍ପୋରେଟ ଟିକସରେ ହ୍ରାସ, ଷ୍ଟାଣ୍ଡାର୍ଡ ଡିଡକସନ ଏବଂ ବ୍ୟକ୍ତିଗତ ଆୟକର ଛାଡ ସୀମା ବୃଦ୍ଧି ହେବା ଯୋଗୁ ଟିକସ ସଂଗ୍ରହ ଉପରେ ଏହାର ପ୍ରଭାବ ରହିଛି ବୋଲି ଆୟକର ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଟିକସ କ୍ଷେତ୍ରରେ ରିହାତି ନ ମିଳିଥିଲେ ମୋଟ ସଂଗ୍ରହ ୮% ବଢି ୧୪.୦୧ ଲକ୍ଷ କୋଟି ରହିବ ବୋଲି ଆକଳନ କରାଯାଇଥିଲା। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୨.୯୭ ଲକ୍ଷ କୋଟି ଟଙ୍କା ରହିଥିଲା। କର୍ପୋରେଟ ଟିକସ ଏବଂ ବ୍ୟକ୍ତିଗତ ଆୟକର ସଂଗ୍ରହ ବାବଦ ଗତ ଆର୍ଥତ୍କ ବର୍ଷରେ ସରକାର ଯଥାକ୍ରମେ ୬.୭୮ ଲକ୍ଷ କୋଟି ଟଙ୍କା ଏବଂ ୫.୫୫ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। କର୍ପୋରେଟ ଟିକସ ଛାଡରୁ ୧.୪୫ ଲକ୍ଷ କୋଟି ଏବଂ ବ୍ୟକ୍ତିଗତ ଆୟକର ରିହାତିରୁ ୨୩ ହଜାର କୋଟି ରାଜସ୍ବ କମିବ ବୋଲି ପୂର୍ବରୁ କୁହାଯାଇଥିଲା। ସରକାର ଟିକସ ରିହାତି ନ ଦେଇଥିଲେ ଏହି ଦୁଇ ବାବଦରେ ଯଥାକ୍ରମେ ୮.୨୩ ଲକ୍ଷ କୋଟି ଏବଂ ୫.୭୮ ଲକ୍ଷ କୋଟି ଆଦାୟ କରିଥାନ୍ତେ। ୨୦୧୮-୨୯ରେ ମୋଟ ଟିକସ ସଂଗ୍ରହ ୧୪.୧୦ ଲକ୍ଷ କୋଟି ଟଙ୍କା ରହିଥିଲା।