Categories: ଖେଳ

ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଭୋପାଳଠାରେ ଚାଲିଥିବା ସିବିଏସଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ସୁଇମିଂରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୫୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ପ୍ରତ୍ୟାଶା ୩୧.୨୮ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିବା ତାଙ୍କ ବାପା ରଜତ ରାୟଙ୍କ ସୂତ୍ରରୁ ପ୍ରକାଶ।

Share