Categories: ମେଟ୍ରୋ

ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ପୌରସଂସ୍ଥା : ପରିବା ଚୋପାରୁ ତିଆରି ହେବ କମ୍ପୋଷ୍ଟ ଖତ

ପୁରୀ ଅଫିସ,୨୦ା୭: ଆଜିକାଲି ବିଭିନ୍ନ ସହରରୁ ପ୍ରତ୍ୟେହ କୁଢ କୁଢ ଅଳିଆ ଆବର୍ଜନା ବାହାରୁଛି। ଏମିତି କି ବିଭିନ୍ନ ସ୍ଥାନରେ ଆବର୍ଜନାର ପାହାଡ଼ ମଧ୍ୟ ଦୃଷ୍ଟିଗୋଚର ହେଉଛି। କୌଣସି ସହରକୁ ଗଲେ ଆଗନ୍ତୁକମାନଙ୍କ ସ୍ବାଗତ ଆବର୍ଜାନର ସ୍ତୁପ ଜରିଆରେ କରାଯିବା ପରି ବି ମନେହୁଏ। ଇତଃସ୍ତତ ଭାବେ ପଡି ରହିଥିବା ଆବର୍ଜନା ପରିମାଣ ଦିନକୁ ଦିନ ବୃଦ୍ଧି ପାଉଛି ସିନା କମିବାର ନଁା ଧରୁନି। ପରିଣାମ ସ୍ବରୂପ ପ୍ରାୟ ସବୁ ସହରରେ କୁଢ କୁଢ ଅଳିଆ ଆବର୍ଜନା ମଣିଷ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱର ସମସ୍ୟା ପାଲଟିବାରେ ଲାଗିଛି। ଏହି ଆବର୍ଜନାକୁ କିପରି ସରଳ ଉପାୟରେ ନଷ୍ଟ କରାଯିବ ସେ ନେଇ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି।

Share