Categories: ଜାତୀୟ

ପ୍ରଥମଥର ଆପ୍‌ ମାଧ୍ୟମରେ ଏନ୍‌ପିଆର୍‌ ପାଇଁ ହେବ ଜନଗଣନା

ନୂଆଦିଲ୍ଲୀ,୨୪।୧୨: ମୋଦି କ୍ୟାବିନେଟର ମଙ୍ଗଳବାର ହୋଇଥିବା ବୈଠକରେ National Population Register (NPR)ବା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌)କୁ ମଞ୍ଜୁରୀ ମିଳିଛି। ସରକାର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଜନସଂଖ୍ୟାର ନୂଆ ଡାଟାବେସ ପ୍ରସ୍ତୁତ କରିବେ। ଏଥିରେ କୌଣସି କାଗଜ, ପ୍ରମାଣପତ୍ର ଅବା ବାୟୋମେଟ୍ରିକ୍ସର ଆବଶ୍ୟକତା ପଡିବ ନାହିଁ। କେବଳ ଆପ୍‌ ମାଧ୍ୟମରେ ଏନ୍‌ପିଆର୍‌ ପାଇଁ ଜନଗଣନା କରାଯିବ। ଏହା ପ୍ରଥମଥର ପାଇଁ କରାଯିବ ବୋଲି ଜଣାପଡିଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭାଡେକର ଏହି ସୂଚନା ଦେଇଛନ୍ତି।

Share