ଇସଲମାବାଦ୍, ୬।୬: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କୀ ସଂଗଠନ ଜାମାତ୍ ଉଦ୍ ଦାଓ୍ବା ମୁଖ୍ୟ ସୟିଦ ହଫିଜ୍ଙ୍କୁ ଗଦାଫି ଷ୍ଟାଡିୟମରେ ନମାଜ ପଢିବାର ସୁଯୋଗ ମିଳିପାରି ନାହିଁ। ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ଇଦ୍ରେ ଗଦାଫି ଷ୍ଟାଡିୟମରେ ନିଜ ସମର୍ଥକଙ୍କ ସହ ନମାଜ ପାଠ କରିଥାନ୍ତି ହଫିଜ୍। କଟକଣା ଲାଗିବା ପରେ ଏଥର ଜୋହର ଟାଉନରେ ଥିବା ମସଜିଦ୍ରେ ସେ ନମାଜ ପାଠ କରିଛନ୍ତି। ସୂଚନାଯୋଗ୍ୟ, ଗଦାଫି ଷ୍ଟାଡିୟମରେ ନମାଜ ପାଠ କରିବା ପାଇଁ ଇଦ୍ ପୂର୍ବରୁ ସରକାରଙ୍କ ଅନୁମତି ମାଗିଥିଲେ ହଫିଜ୍। କିନ୍ତୁ ଇମ୍ରାନ ସରକାର ଏହାକୁ ଖାରଜ୍ କରିଦେଇଥିଲେ।