Categories: ଜାତୀୟ

ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଅମିତ ଶାହ:ସୁରକ୍ଷା ବ୍ୟବସ୍ଥା କରିବେ ଯାଞ୍ଚ

ଶ୍ରୀନଗର, ୨୬।୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ହେବା ପରେ ଶାହ ପ୍ରଥମଥର ଜମ୍ମୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବେ। ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଏବଂ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ବିଷୟରେ ଏକ ବୈଠକ କରିବାର ସୂଚନା ରହିଛି। ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ରାଜ୍ୟର ବର୍ତ୍ତମାନ ସୁରକ୍ଷା ସ୍ଥିତିକୁ ନେଇ ମଧ୍ୟ ଆଲୋଚନ ହେବ। ଏହି ଗସ୍ତ କାଳରେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ଅମିତ ଶାହ। ଅମରନାଥ ଗୁମ୍ଫା ମନ୍ଦିର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

Share