Categories: ଜାତୀୟ

ପ୍ରଥମଥର ପେଟ୍ରୋଲଠାରୁ ମହଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ,୧୪।୬: କ୍ରମାଗତ ୧୮ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଡିଜେଲ ଦର ୪୮ ପଇସା ବୃଦ୍ଧି ପାଇଛି। ତେବେ କ୍ରମାଗତ ୧୭ ଦିନ ବୃଦ୍ଧି ପରେ ଆଜି ପେଟ୍ରୋଲ ଦର ବୃଦ୍ଧି ହୋଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା ୭୯.୮୮ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସମୟରେ ପ୍ରେଟୋଲ ୭୯.୭୬ ଟଙ୍କା ରହିଛି।ଏହି ବୃଦ୍ଧି ସହିତ ଦେଶର ଇତିହାସରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ହୋଇଛି।
ଏବେ ବି ଅନେକ ସହରରେ ପେଟ୍ରୋଲ ଅପେକ୍ଷା ଡିଜେଲ ଦର କମ୍‌ ରହିଛି। ନୋଏଡାରେ ଡିଜେଲର ଲିଟର ୭୨.୦୩ ଟଙ୍କା, ମୁମ୍ବାଇରେ ଡିଜେଲ ୭୮.୨୨ ଟଙ୍କା, ଚେନ୍ନାଇରେ ୭୭.୧୭ ଟଙ୍କା ଏବଂ କୋଲକାତାରେ ୭୭.୦୬ ଟଙ୍କା ରହିଛି।
ଅନ୍ୟ ଦେଶରେ ଡିଜେଲର ମୂଲ୍ୟ ପେଟ୍ରୋଲ ଅପେକ୍ଷା ଅଧିକ ରଖାଯାଏ। କାରଣ ଏହାର ଉତ୍ପାଦନ ମୂଲ୍ୟ ପେଟ୍ରୋଲଠାରୁ ସାମାନ୍ୟ ଅଧିକ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସରକାର ସବସିଡି ଏବଂ ଟିକସ ଦ୍ୱାରା ଏହାକୁ ଶସ୍ତା ରଖିବାକୁ ଚେଷ୍ଟା କରୁଛନ୍ତି, କାରଣ ଏହା କୃଷି, ପରିବହନ, ବିଦ୍ୟୁତ୍‌ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ହେଉଛି। ଇଣ୍ଡିଆନ ଅଏଲ ଅନୁଯାୟୀ, ପେଟ୍ରୋଲର ମୂଳ ମୂଲ୍ୟ ଲିଟର ପିଛା ୨୨.୧୧ ଟଙ୍କା ହୋଇଥିବାବେଳେ ଡିଜେଲର ମୂଳ ମୂଲ୍ୟ ଲିଟର ପିଛା ୨୨.୯୩ ଟଙ୍କା ରହିଛି।

Share