ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା ସହ ଉଦ୍ଦିଷ୍ଟ ଥିବା ଗାଇଡ୍‌ଲାଇନ୍ସକୁ ପଢ଼ିଥାନ୍ତି। ହେଲେ ଜଣେ ଯାତ୍ରୀ କାହାକୁ କିଛି ନ ପଚାରି ନ ଶୁଣି କିଛି ଏଭଳି କାମ କରିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ସୂଚନାଯୋଗ୍ୟ, ତୁର୍କୀର ଇସ୍ତାନବୁଲ ଏୟାରପୋର୍ଟରେ ଜଣେ ମହିଳା ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଥିଲେ। ଲଗେଜ୍‌ କାଉଣ୍ଟରର ବେଲ୍ଟ ଦେଇ ବିମାନ ଭିତରକୁ ଯିବା ପାଇଁ ରାସ୍ତା ଅଛି ବୋଲି ସେ ଭାବିଥିଲେ। ଏଥିପାଇଁ ସେ ନିଜ ଜିନିଷପତ୍ରକୁ ନେଇ ଲଗେଜ୍‌ କାଉଣ୍ଟରର ବେଲ୍ଟରେ ଠିଆ ହୋଇପଡ଼ିଥିଲେ। ଏହାପରେ ସେ ଜୋରରେ ତଳକୁ ଗଳିପଡ଼ିଥିଲେ। କିଛି ସେକେଣ୍ଡ ପରେ ମେଶିନ୍‌କୁ ବନ୍ଦ କରାଯିବାରୁ ମହିଳାଙ୍କୁ ସେଠାରୁ ବାହାର କରାଯାଇଥିଲା। ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share