ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରିହାନ ରାଜୀବ ଭଦ୍ରା ମଧ୍ୟ ପ୍ରଥମଥର ନିଜର ମତ ସାବ୍ୟସ୍ତ କରିଛନ୍ତି। ପ୍ରଥମଥର ଲାଗି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇଥିବାରୁ ଖୁସି ଲାଗୁଛି ବୋଲି ରିହାନ କହିଛନ୍ତି। ଏହାସହ ସମସ୍ତେ ନିଜ ନିଜର ମତଦାନ ସାବ୍ୟସ୍ତ କରିବା ଉଚିତ ବୋଲି ସେ ମତ ରଖିଛନ୍ତି। ବିଶେଷ କରି ଛାତ୍ରମାନଙ୍କ ପାଇଁ ଭୋଟ ଦେବା ଲାଗି ପବ୍ଲିକ ଟ୍ରାନ୍ସପୋର୍ଟରେ ରିହାତି ମିଳୁଥିବାରୁ ସମସ୍ତେ ଏହାର ସଦୁପଯୋଗ କରିବା ଉଚିତ ବୋଲି ସେ କହିଛନ୍ତି।

Share