ପ୍ରଥମଥର ଭୋଟ ଦେବେ ଏହି ଷ୍ଟାର କିଡ୍‌ସ

୧୭ତମ ଲୋକ ସଭା ନିର୍ବାଚନ ପାଇଁ ସମଗ୍ର ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିବର୍ଷ ନୂଆ ନୂଆ ଭୋଟର ଏଥିରେ ଯୋଡ଼ି ହେଉଛନ୍ତି। ପ୍ରଥମଥର ପାଇଁ ଯେଉଁମାନେ ଭୋଟ ଦେବେ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ଷ୍ଟାର୍‌ କିଡ୍‌ସ। ମୁମ୍ବାଇରେ ଚଳିତମାସ ୨୯ ତାରିଖରେ ଭୋଟଗ୍ରହଣ ହେବ। ପ୍ରଥମଥର ପାଇଁ କେଉଁ ଷ୍ଟାର କିଡ୍‌ସ ଭୋଟ ଦେବେ ଆସନ୍ତୁ ଜାଣିବା।ସୁହାନା ଖାନ୍‌ : ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ୧୮ ବର୍ଷ ହୋଇସାରିଛି। ତେଣୁ ସେ ପ୍ରଥମ ଥର ଭୋଟ ଦେବେ।

 

ଖୁସି କପୁର : ବୋନି କପୁରଙ୍କ ଝିଅ ତଥା ଜାହ୍ନବୀଙ୍କ ଭଉଣୀ ଖୁସି ପ୍ରଥମଥର ଭୋଟ ଦେବେ।
ନବ୍ୟା ନନ୍ଦା : ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତାଙ୍କ ଝିଅ ନବ୍ୟା ପ୍ରଥମ ଥର ଭୋଟ ଦେବେ। ତାଙ୍କୁ ୨୨ ବର୍ଷ ହୋଇସାରିଲାଣି। ସେ ଦିଲ୍ଲୀରେ ରହୁଛନ୍ତି। ସେଠାରେ ସେ ଭୋଟ ଦେବେ।
ଜାହ୍ନବୀ କପୁର : ୨୨ ବର୍ଷୀୟା ଜାହ୍ନବୀ ଆଜିପର୍ଯ୍ୟନ୍ତ ଭୋଟ ଦେଇନାହାନ୍ତି। ଚଳିତବର୍ଷ ସେ ନୂଆ କରି ଭୋଟ ଦେବେ। ପ୍ରଥମ ମତଦାତା ଭାବେ ଭୋଟର ଲିଷ୍ଟରେ ତାଙ୍କ ନାମ ପ୍ରକାଶ ପାଇଛି।
ଇନା ଖାନ୍‌ : ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରାଙ୍କୁ ବି ୨୨ ବର୍ଷ। ଆଜି ପର୍ଯ୍ୟନ୍ତ ସେ ଭୋଟ ଦେଇନାହାନ୍ତି। ସେ ପ୍ରଥମ ଥର ଭୋଟ ଦେବେ। ସେହିପରି ସଞ୍ଜୟ କପୁରଙ୍କ ଝିଅ, ଶାହାରୁଖ୍‌ଙ୍କ ପୁଅ, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଚଳିତବର୍ଷ ପ୍ରଥମଥର ପାଇଁ ଭୋଟ ଦେବେ।

Share