ପ୍ରଥମଥର ଲାଗି ମନ୍ନତର ଭିତର ଦୃଶ୍ୟ ଦେଖାଇଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ବିଳାସମୟ ଘର ମନ୍ନତ କଥା ଅଳ୍ବ ବହୁତେ ବଲିଉଡ୍‌ ପ୍ରେମୀଙ୍କୁ ଜଣାଥିବ। ହେଲେ ଏଥର ଶାହାରୁଙ୍କ ଧର୍ମପତ୍ନୀ ଗୌରୀ ଖାଁ ମନ୍ନତର ଭିତର ଦୃଶ୍ୟ ଦେଖାଇଛନ୍ତି। ଯାହାକୁ ଦେଖିଲେ ଆଖି ଲାଗି ଯାଉଛି ବୋଲି ଆଲୋଚନା ହେଉଛି। ଗୌରି ଜଣେ ଇଣ୍ଟିରିୟର ଡିଜାଇନର ହୋଇଥିବା ବେଳେ ସେ ତାଙ୍କ ପସନ୍ଦରେ ମନ୍ନତକୁ ସଜାଇଛନ୍ତି। ପ୍ରଥମ କରି ଏହି ଫଟୋ ଏବେ ଜଣାଶୁଣା ମାଗାଜିନ୍‌ ଭୋଗ୍‌ରେ ପ୍ରକାଶ ପାଇଛି। ଏହାସହ ଗୌରିଙ୍କ ସାକ୍ଷାତ୍‌କାର ମଧ୍ୟ ପ୍ରକାଶ ପାଇଛି।


ଏଥିରେ ଗୌରିଙ୍କ ଫଟୋ ଶୁଟ୍‌ ମଧ୍ୟ ସ୍ଥାନ ପାଇଛି। ମିଡ୍‌ ଡେ’ର ସୂଚନା ଅନୁଯାୟୀ ଗୌରୀ ତାଙ୍କ ବାଲକୋନିରେ ସୁନ୍ଦର ଫୁଲ ସଜାଇଛନ୍ତି ଯାହା ସକରାତ୍ମକ ପ୍ରଭାବ ପକାଏ ବୋଲି ସେ କୁହନ୍ତି।
ଆଉ ଏକ ଫଟୋରେ ଗୌରି ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ଏହି ସ୍ଥାନଟି ପରିବାରର ସମସ୍ତଙ୍କ ପସନ୍ଦରେ ତିଆରି କରାଯାଇଛି ବୋଲି ଗୌରି କହିଛନ୍ତି।


ଏହାସହ ଶାହାରୁଖ ଏକ ଫଟୋ ଶେୟାର କରିଛନ୍ତି ଭଲ ଘର କେବଳ ଭଲ ଲୋକଙ୍କ ଦ୍ୱାରା ହିଁ ତିଆରି ହୋଇଥାଏ।


ଶେଷରେ ଗୌରି କହିଛନ୍ତି ଏହି ଘରେ କୌଣସି ନିୟମ ନାହିଁ। ଯେତେବେଳେ ପିଲାମାନେ ସ୍କୁଲ ସାରି ଘରକୁ ଫେରନ୍ତି ସେତେବେଳେ ମୁଁ ଘରେ ଉପସ୍ଥିତ ରହିବା ଜରୁରୀ ବୋଲି ମନେକରେ।

Share