Categories: ଜାତୀୟ

ପ୍ରଥମଥର ଲାଗି ସଂସଦରେ ପ୍ରଶ୍ନ କଲେ ନାହିଁ ରାହୁଲ

ନୂଆଦିଲ୍ଲୀ,୨୫।୧୧: ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଛି। ସୋମବାର ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ମହାରାଷ୍ଟ୍ର ରାଜନୀତିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଏହାପରେ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ଅନୁସୂଚିତଜାତି ଛାତ୍ରୀଛାତ୍ରଙ୍କ ଛାତ୍ରାବାସକୁ ନେଇ ପ୍ରଶ୍ନ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କହିଥିଲେ। ହେଲେ ରାହୁଲ କହିଥିଲେ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରାଯାଇଛି। ତେଣୁ ଏହି ପରିସ୍ଥିତିରେ ମୋର ପ୍ରଶ୍ନ କରିବାର କିଛି ମହତ୍ୱ ନାହିଁ। ତେବେ ପ୍ରଥମଥର ଲାଗି ସଂସଦରେ ରାହୁଲ ପ୍ରଶ୍ନ କରିବାକୁ ମନା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share