ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି ଦୀର୍ଘ ୫ବର୍ଷର ପ୍ରେମ ସମ୍ପର୍କ ପରେ ବିରୁଷ୍କା ୨୦୧୭ ଡିସେମ୍ବର ମାସରେ ଇଟାଲୀରେ ବିବାହ କରିଥିଲେ। କିନ୍ତୁ ୨୦୧୩ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପ୍ରଥମଥର ପାଇଁ ଏକ ବିଜ୍ଞାପନ ଶୁଟିଂ ସେଟରେ ଦେଖାସାକ୍ଷାତ ହୋଇଥିଲା। ଅନୁଷ୍କାଙ୍କୁ ପ୍ରଥମଥର ଦେଖି ନର୍ଭସ ହୋଇପଡିଥିଲେ ବିରାଟ। ଅନୁଷ୍କା ବଡ ବଡ ହିଲ୍ସ ପିନ୍ଧି ଶୁଟିଂ ସେଟକୁ ଆସିଥିଲେ। ଅନୁଷ୍କାଙ୍କ ସହ ପ୍ରଥମଦେଖା ପରେ ସେ ବହୁତ ନର୍ଭସ ଥିଲେ। ତେଣୁ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ବିରାଟ ଥଟ୍ଟାମଜା କରିଥିଲେ। ଅନୁଷ୍କାଙ୍କୁ ବିରାଟ କହିଥିଲେ ଯେ, ତାଙ୍କ ଉଚ୍ଚତା ୬ ଫୁଟରୁ ଅଧିକ ନୁହଁ। ହିଲ୍ସ ପିନ୍ଧି ସେ ତାଙ୍କଠୁ ଲମ୍ବା ଲାଗୁଛନ୍ତି। ଏ କଥା ଶୁଣି ରାଗି ଯାଇଥିଲେ ଅନୁଷ୍କା। ପରେ ବିରାଟ କ୍ଷମା ମାଗି ଥଟ୍ଟା କରୁଛନ୍ତି ବୋଲି କହିଥିଲେ। ନିକଟରେ ଏହାର ଖୁଲାସା କରି ବିରାଟ କହିଥିଲେ, ସେତେବେଳେ ଏକଥା ମୋର କହିବାର ନ ଥିଲା। ଏହା କହିବା ଭୁଲ ଥିଲା ବୋଲି ପଶ୍ଚାତ୍ତାପ କରିଥିଲି ବୋଲି ବିରାଟ କହିଥିଲେ।

Share