ପ୍ରଥମରୁ ଅଷ୍ଟମ ସବୁ ପିଲା ପାସ

ଭୁବନେଶ୍ୱର,୧୫।୫(ବ୍ୟୁରୋ)- ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ। କରୋନା ମୁକାବିଲା ସ୍ଥିତିକୁ ନେଇ ଶୁକ୍ରବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳଖ ପାସ କରାଯିବ। ସେମାନଙ୍କ ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବରକୁ ନେଇ ପାସ କରାଯିବ। ଯେଉଁ ପରୀକ୍ଷା ହୋଇପାରିନାହିଁ, ତାର ଷାଣ୍ମାସିକ ନମ୍ବରକୁ ନେଇ ପାସ କରାଯିବ। ସେହିପରି ଯୁକ୍ତ ୨ ପ୍ରଥମ ବର୍ଷରୁ ଦ୍ୱିତୀୟ ବର୍ଷକୁ ମଧ୍ୟ ପ୍ରମୋସନ ଦିଆଯିବ। ଯଦି କୌଣସି କାରଣରୁ ପରୀକ୍ଷା ଦେଇ ନ ଥିବେ ରି-ଟେଷ୍ଟ କରାଯିବ। ଉଚ୍ଚମାଧ୍ୟମିକ ସ୍କୁଲ ଖୋଲିବାପରେ ସମ୍ପୃକ୍ତ ପିଲାଙ୍କ ରି-ଟେଷ୍ଟ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Share