Categories: ଜାତୀୟ

ପ୍ରଥମେ ଥାଳି, ତା’ପରେ ଦୀପ ଆଉ ଏବେ…

ନୂଆଦିଲ୍ଲୀ,୧୨।୫: ଦେଶରେ ପୁଣି ଥରେ ବଢିବ କି ଲକ୍‌ଡାଉନ? ଲକ୍‌ଡାଉନ ୪.୦କୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେଉଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ଏହାପରେ ମଙ୍ଗଳବାର ରାତି ୮ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ସମୟରେ ମୋଦି ଲକ୍‌ଡାଉନ ୪.୦ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ପ୍ରଥମେ ମୋଦି ଜନତା କର୍ଫ୍ୟୁ ବେଳେ ଲୋକଙ୍କୁ ଘଣ୍ଟି, ଝଣ୍ଟା, ଥାଳି ଗିନା ଆଦି ବଜାଇବାକୁ କହିଥିବା ବେଳେ ପ୍ରଥମ ଲକ୍‌ଡାଉନ ପରେ ଦୀପ ଜାଳିବାକୁ କହିଥିଲେ। ଏବେ ଯଦି ଲକ୍‌ଡାଉନ ୪.୦ ଘୋଷଣା କରାଯାଏ ତେବେ ମୋଦି ଜନତାଙ୍କୁ କେଉଁ ଟାସ୍କ ଦେବେ ବୋଲି ଆଲୋଚନା ହେଉଛି। ଏଥର ମୋଦି ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବା କଥା ଉଠାଇବେ ବୋଲି କୁହାଯାଉଛି। ଅନ୍ୟପଟେ ଦେଶର ଅର୍ଥନୀତିକୁ ଦେଖି ଲକ୍‌ଡାଉନ ୪.୦ରେ ନିୟମରେ କିଛିଟା କୋହଳ କରାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

Share