ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ଦ୍ୱିତୀୟ ବ୍ୟାଟିଂ କରି ଚାପର ସମ୍ମୁଖୀନ ହୋଇଥିବାରୁ ଡୁପ୍ଲେସି ଏଥର ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଦଳକୁ ଅଭିଜ୍ଞ ଓପନର ହାସିମ ଅମଲା ଫେରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଦଳରେ କେଦାର ଯାଦବ ସ୍ଥାନ ପାଇଛନ୍ତି। ମହମ୍ମଦ ସାମିଙ୍କ ବଦଳରେ ଭୁବନେଶ୍ୱର କୁମାରଙ୍କ ଉପରେ ବିଶ୍ୱାସ ଦେଖାଇଛି ଟିମ୍‌ ମ୍ୟାନେଜମେଣ୍ଟ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂ ଧୋନୀ (ଉଇକେଟକିପର), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡିକକ୍‌ (ଉଇକେଟକିପର), ହାସିମ ଅମଲା, ଫାଫ ଡୁପ୍ଲେସି (ଅଧିନାୟକ), ରାସି ଭାନ ଡର ଡୁସେନ, ଡେଭିଡ ମିଲର, ଜେ. ପି. ଡୁମିନି, ଆଣ୍ଡିଲେ ଫେଲୁକାଓ୍ବୋ, କ୍ରିସ ମୋରିସ, କାଗିସୋ ରବାଡା, ଇମ୍ରାନ ତାହିର ଓ ତାବ୍ରିଜ ଶାମସି।

Share